Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ମୃତ ଦେହକୁ ଜଙ୍ଗଲରେ ପକାଇଦେଲେ ….

by ସଞ୍ଜୟ ସ୍ୱାଇଁ
May 11, 2021
in Health, State
କରୋନା ମୃତ ଦେହକୁ ଜଙ୍ଗଲରେ ପକାଇଦେଲେ ….

similar image

199
VIEWS
Share on FacebookShare on Twitter

ଢେଙ୍କାନାଳ (ବାଘୁଆବାର୍ତ୍ତା): କୋଭିଡ ଭଳି ମହାମାରୀ ସଂକ୍ରମଣ ସାରା ବିାଶ୍ୱ ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଫଳରେ ସଂକ୍ରମଣ ରୋକିବାକୁ ବାଧ୍ୟହୋଇ ଲକଡାଉନ ସଟଡାଉନ ଆଦି ଘୋଷଣା ଯୋଗୁଁ ଅର୍ଥନୀତି ଭୁଶୁଡି ଗଲାଣି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେଫିକର ମନୋଭାବ ଲୋକଙ୍କୁ ଚିନ୍ତା ପକାଇଛି । କାମାକ୍ଷାନଗର ମୁଂଡିଦେଉଳି ଅଂଚଳରେ ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରିବାର ୫ ଜଣ ସଦସ୍ୟ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହେଲେ ଉକ୍ତ ଶିକ୍ଷକ ଘରେ ଆଇସଲେସନରେ ଥିବାବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର ଦୀର୍ଘ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ସାହି ପଡିଶାଙ୍କ ପର୍ଯ୍ୟନ୍ତ ସଂକ୍ରମଣ ଭୟରେ କେହି ପାଖକୁ ଯାଇନଥିଲେ । ଏହି ଖବର ପାଇ କିଛି ଅଧିକାରୀ ମୃତଦେହକୁ ବନ୍ଦ ଘରୁ ଉଦ୍ଧାର କରି ଶବକୁ ସତ୍କାର କରିବା ପାଇଁ ନେଇଥିଲେ । ମାତ୍ର ସଂକ୍ରମଣ ଠାରୁ ଦୁରେଇବା ପାଇଁ ଯତ୍ନର ସହ ଶବ ଦାହ କରିବା ପରିବର୍ତ୍ତେ କୋଭିଡ ଆକ୍ରାନ୍ତ ଶବକୁ ଫୋପାଡି ଦେଇଥିବା ଜଣାପଡିଛି । ଫଳରେ ଏହି କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଗୁଣ୍ଡିଚାନାଳି ଗ୍ରାମ ଠାରୁ କିଛି ଦୂରରେ ପଡିରହିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟରେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତଶରୀରକୁ ଏପରି ବେପରୁଆ ଭାବେ ଫୋପାଡି ଦେବା ଶବ ପ୍ରତି ଘୋର ଅପମ।।ନ ହୋଇଛି । ସେପଟେ ଖୋଲା ଆକାଶ ତଳେ ପଡି ରହିଥିବା କୋଭିଡ ଆକ୍ରାନ୍ତ ମୃତଦେହକୁ କୌଣସି ଜଙ୍ଗଲୀ ପଶୁ ବା କୁକୁର ମାଧ୍ୟମରେ ସଂକ୍ରମଣ ହେବାର ଭୟ ସମସ୍ତଙ୍କୁ ଘାରିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳ ବାସୀ ସଂକ୍ରମଣ ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!