ଚୌଦ୍ୱାରା (ବାଘୁଆବାର୍ତ୍ତା): କରୋନାର ଦ୍ୱିତୀୟ ଲହରୀର ଭୟାବହତାକୁ ଲକ୍ଷକରି ସରକାର ଲକଡାଉନ କରିଥିବା ବେଳେ ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଚୋରାରେ ମଦ ବିକ୍ରୀ କରି ଭଲ ମୁନାଫା କମାଉଛନ୍ତି । ପୋଲିସ ମାସ୍କ ଓ ହେଲମେଟ ଚେକିଂ ରେ ସୀମିତ ରହିଥିବାବେଳେ ଏହି ବେପାର ଖୋଲମଖୁଲା ହେଉଛି । ସେହିଭଳି ୩ଜଣ ଚୋରା ମଦ ବ୍ୟବସାୟୀଙ୍କ ଘରେ କିଛି ମହିଳା ଚଢ଼ାଉ କରି ବିପୁଳ ମାତ୍ରାରେ ମଦ ଜବତ କରିବା ସହ ବ୍ୟବସାୟି ମାନଙ୍କୁ ପୋଲିସ ଜିମା ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାରା ଥାନା ଅନ୍ତର୍ଗତ ଓଟିଏମ କଲୋନୀରେ । କଲୋନୀର ୪ଟି କ୍ୱାର୍ଟର ଭିତରେ ମହଜୁଦ ଥିବା ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦକୁ ଚୌଦ୍ୱାର ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଜବତ କରିଛି । ଏଥି ସହିତ ଓଟିଏମ କଲୋନୀରେ ରହୁôତବା ମଦ ବ୍ୟବସାୟୀ କାହ୍ନୁ ଚରଣ ରାଉଳ, ରମେଶ ରାଉଳ ଓ ଚନ୍ଦ୍ର ଶେଖର ସାହୁଙ୍କୁ ଗିରଫ କରିଛି । ସେମାନଙ୍କ ଘରୁ ୭୨୫ ବୋତଲ ଦେଶୀ ମଦ, ୧୮ ବୋତଲ ବିଦେଶୀ ମଦ, ୧୬୦ ଲିଟର ସହିତ ୪ଟି ମଟରସାଇକେଲ, ଗୋଟିଏ ଅଲଟୋ କାର, ମଦ ରଖୁଥିବା ଜାରକିନ ଆଦି ଜବତ କରାଯାଇଛି ।






