ପୋଲସରା, (ବାଘୁଆବାର୍ତ୍ତା): ମହାମାରୀ କରୋନା ଦ୍ରୁତ ଗତିରେ କାୟା ବିସ୍ତାରି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ତାର ସମୀକ୍ଷା କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ସୂଚନାନୁସାରେ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଆଜି ପୋଲସରା ବ୍ଲକ୍ ପରିସରରେ ପହଞ୍ଚି ବିଡିଓ, ତହସିଲଦାର ଓ ଥାନା ଅଧିକାରୀଙ୍କ ସହିତ କୋଭିଡ୍ ପରିସ୍ଥିତିର ପରିଚାଳନା ଉପରେ ସମୀକ୍ଷା କରିଥିବା ଜଣାପଡିଛି ।





