ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗତ ସପ୍ତାହରେ ସେୟାର ବଜାରରେ ଅବିବୃଦ୍ଧି ହୋଇଥିବା ବେଳେ ଚଳିତ ସପ୍ତାହରେ ହ୍ରାସ ପାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ଠାରେ ମଙ୍ଗଳ ବାର ଦିନ ୪୩୬ ପଏଣ୍ଟ ହ୍ରାସପାଇ ୪୯,୦୬୬.୪୫ରେ ଖୋଲିଥିଲା । ପୁଣି କିଛି ସମୟ ପରେ ସେନସେକ୍ସ ୫୧୪ଅଙ୍କ ହ୍ରାସ ପାଇ ୪୮,୯୮୮.୧୮ରେ ପହଞ୍ଚିଥିଲା । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫୩ଅଙ୍କ ହ୍ରାସ ପାଇ ୧୪,୭୮୯.୭୦ରେ ଖୋଲିଥିଲା । କାରବାର ସମୟରେ ପୁନଶ୍ଚ ୧୭୧ ଅଙ୍କ ହ୍ରାସ ପାଇ ୧୪,୭୭୧.୪୦ରେ ପହଞ୍ଚିଯାଇଥିଲା । ମେଟାଲ ଇଣ୍ଡେକ୍ସ ୨ପ୍ରତିଶତ ହ୍ରାସ ପାଇଥିବା ବେଳେ ବିତ୍ତିୟ ସେୟାର ମଧ୍ୟ ହ୍ରାଇ ପାଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ସୋମବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୩୪ରେ ବନ୍ଦ ଥିଲା ହେଲେ ଆଜି ଟଙ୍କାର ମୂଲ୍ୟ ୧୩ପଇସା ହ୍ରାସ ପାଇ ୭୩.୪୮ଟଙ୍କାରେ ଖୋଲିଥିଲା ।






