ବାଲିଆପାଳ (ବାଘୁଆବାର୍ତ୍ତା): ବାଲିଆପାଳ ଥାନା କୁମ୍ଭାରୀ ପଞ୍ଚାୟତ ତାପୁଣ୍ଡିଆ ଗ୍ରାମର ଜଣେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୋବାଇଲ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ବେଳେ ନବବଧୂ ଜଣକ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଯାଇଛି । ଫେବ୍ରୁଆରୀ ୨୮ ତାରିଖରେ ତାପୁଣ୍ଡିଆ ଗ୍ରାମର ଗୌତମ ପ୍ରଧାନ ଜଗତସିଂହପୁର ଜିଲ୍ଲା ତାଳଦନ୍ଦା ଗ୍ରାମର ପ୍ରୀତିଲତାଙ୍କୁ ପ୍ରେମ ବିବାହ ହୋଇଥିଲା । ଫେସବୁକରେ ସମ୍ପର୍କ ସ୍ଥାପନ ପରେ ପ୍ରୀତି ଘରୁ ପଳେଇ ଆସି ଗୌତମଙ୍କୁ ବିବାହ କରିଥିଲେ । ଏବେ ସେ ଦୁଇ ମାସର ଗର୍ଭବତୀ ଅଛନ୍ତି । ରବବାର ଦିନ ପ୍ରୀତି ଘରୁ ପଳେଇ ଆସି ଗୌତମଙ୍କୁ ବିବାହ କରିଥିଲେ । ରବିବାର ଦିନ ପ୍ରୀତି ଏକ ମୋବାଇଲ କିଣି ଦେବାକୁ ଜିଦ ଧରିଥିଲେ । ସଟଡାଉନରେ ମୋବାଇଲ ଦୋକାନ ସବୁ ବନ୍ଦ ଥିବା ଏବଂ ପାଖରେ ଅର୍ଥ ହେଲେ ମୋବାଇଲ କିଣି ଦେବି ବୋଲି ସ୍ୱାମୀ ଗୌତମ ତାଙ୍କୁ ବୁଝାଇଥିଲେ । ତେବେ ସେହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସମସ୍ତେ ଶୋଇଯିବା ପରେ ବିଳମ୍ବିତ ରାତିରେ ପ୍ରୀତି ଶୋଇବା ଘରେ ଫାଶି ଲଗାଇ ଦେଇଥିଲେ । ସ୍ୱାମୀ ଗୌତମ ଏହା ଦେଖି ପରିବାର ଲୋକଙ୍କୁ ଡାକିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସୋମବାର ବାଲିପାଳ ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ଘଟଣା ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ପ୍ରୀତିଙ୍କ ପରିବାର ଲୋକେ ଏ ପର୍ଯ୍ୟନ୍ତ ପହଞ୍ଚିନାହାନ୍ତି ।






