ସଇଁତଳା (ବାଘୁଆବାର୍ତ୍ତା): ମଦ ପାଇଁ ଜୀବନ ଗଲା । ମଦ୍ୟପାନ କରି ଘରେ ଆଶାନ୍ତି କରିବା ଏବଂ ଅନ୍ୟ ବିବାଦ ଯୋଗୁଁ ବଡ଼ ଭାଇକୁ ହତ୍ୟା କରିଛି ସାନ ଭାଇ । ଦେବରାଜ ଟିକେଚନଙ୍କ ଠାରୁ ବୟସରେ ବଡ଼ । ୬ ବର୍ଷ ତଳେ ଦେବରାଜଙ୍କର ବିବାହ ହୋଇଥିଲା । କୌଣସି ପିଲାଛୁଆ ହୋଇ ନଥିଲା । ମଦ ପିଇ ଅଶାନ୍ତି ଲାଗି ରହିବାରୁ ଦେବରାଜଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲା । ସାନ ଭାଇ ଟିକେଚନ ସହ ଦେବରାଜଙ୍କର ବିଭିନ୍ନ କାରଣରୁ ଝଗଡା ଲାଗି ରହୁଥିଲା । ରବିବାରରେ କୌଣସି କାରଣରୁ ଦୁଇ ଜଣଙ୍କର ଝଗଡା ହୋଇଥିଲା । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ମାରପିଟ ଲାଗିଥିଲା । ଦେବରାଜଙ୍କୁ ଏକ ବାଡିରେ ପିଟିବା ସହ ଟିକେଚନ ବେକରେ ଗାମୁଛା ପକାଇ ଭିଡି ଧରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଭାଇ ମେଟନା ଥାନାରେ ଅଭିଯୋଗ କରିବାପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଏହାର ତଦନ୍ତ କରିଥିଲେ । ପୋଲିସ ଟିକେଚନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।






