ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଆଜି ଲମ୍ବ ଡିଆଁ ମାରି ଚାଲିଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ସର୍ବାଧିକ ୨୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୧୦୧ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ୨୬୯ ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଲକରୁ ୧୪, ଦଶପଲ୍ଲାରୁ ୧୬, ଗଣିଆ ୪, ଖଣ୍ଡପଡ଼ାରୁ ୨୧, ନୟାଗଡ଼ରୁ ୫୩, ନୂଆଗାଁରୁ ସର୍ବାଧିକ ୫୮, ଓଡ଼ଗାଁରୁ ୪୬, ରଣପୁରରୁ ୩୪, ନୟାଗଡ଼ ପୈାରାଞ୍ଚଳ ତଥା ଜିଲ୍ଲା ବାହାରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।





