Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ମାଫିଆଙ୍କ ନୂଆ ଠିକଣା ମନ୍ଦିର….

by ସଞ୍ଜୟ ସ୍ୱାଇଁ
May 10, 2021
in Business, Crime
ମଦ ମାଫିଆଙ୍କ ନୂଆ ଠିକଣା ମନ୍ଦିର….
144
VIEWS
Share on FacebookShare on Twitter

ଭଦ୍ରକ (ବାଘୁଆବାର୍ତ୍ତା): କରୋନା ସମୟରେ ମଦ ଦୋକାନ ବନ୍ଦ ଥିବାରୁ ମଦ ମାଫିଆଙ୍କର ନୂଆ ଠିକଣା ପାଲଟିଛି ମନ୍ଦିର ସ୍ଥାନ । ଠାକୁରଙ୍କ ରୋଷ ଘର ପାଲଟୁଥିଲା ଚୋରା ମଦ ବେପାରୀଙ୍କ ସୁରକ୍ଷିତ ସ୍ଥାନ । ଚୋରା ମଦ ବେପାର କରିବା ପାଇଁ ଠାକୁରଙ୍କ ସ୍ଥାନକୁ ବି ଛାଡିଲେନି ମଦ ମାଫିଆ । ଏକ ଶିବ ମନ୍ଦିର ପରିସରରେ ଥିବା ଏକ ଘରୁ ବିପୁଳ ପରିମାଣରେ ପୋଲିସ ମଦ ଜବତ କରିଥିବା ସୂଚନା ମିଳିଛି । ଲକ ଡାଉନ ସମୟରେ ପୋଲିସକୁ ଚକମା ଦେଇ ଏଭଳି ଉପାୟରେ ମଦ ବିକ୍ରି କରୁଥିଲେ ମଦ ମାଫିଆ । ଭଦ୍ରକ ସାବରଙ୍ଗ ଥାନା ଅନ୍ତର୍ଗତ ଗୋରାମାଟି ପଞ୍ଚାୟତ ନୂଆ ସାହି ଗ୍ରାମରେ ଏଭଳି ଘଟଣା ସାମ୍ନା କୁ ଆସିଛି । ବର୍ତ୍ତମାନ ଲକ ଡାଉନ କାରଣରୁ ମଦ ଦୋକାନ ବନ୍ଦ ଥିବା ବେଳେ, ପୋଲିସର କଡା ଚେକିଂ ଚାଲିଛି । ଏଭଳି ସ୍ଥଳରେ ଉକ୍ତ ଗ୍ରାମର କିଛି ଲୋକ ମଦ ବିକ୍ରି କରିବା ପାଇଁ ଗାଁ ରେ ଥିବା ଶିବ ମନ୍ଦିର ପରିସରରେ ଏକ ଘରକୁ ସୁରକ୍ଷିତ ମଣିଥିଲେ । ଯାହାକି ଉକ୍ତ ଘରେ ମଦ ରଖି ଚୋରାରେ ବିକ୍ରି କରୁଥିଲେ । ଏହି ଖବର ସାବରଙ୍ଗ ପୋଲିସ ପାଇବା ପରେ ଆଜି ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି । ଏହି ମଦ ବେପାରରେ କେଉଁ ମାନେ ସମ୍ପୃକ୍ତ ତାହା ଜଣାପଡିନାହିଁ । ବର୍ତ୍ତମାନ କରୋନା ପାଇଁ ଚାରିଆଡେ ହାହାକାର ପଡିଥିବା ବେଳେ, ଲୋକମାନେ ଭଗବାନଙ୍କୁ ଡାକୁଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!