ବଡ଼ମ୍ବା, (ବାଘୁଆବାର୍ତ୍ତା): ନରସିଂହପୁର ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ ଅଞ୍ଚଳରୁ ଜଣେ ଶିକାରୀ ଠାରୁ କୋଟରା ମାଂସ ସହିତ ଚୋରା ବନ୍ଧୁକ ଜବତ କରିବା ସହ ଶିକାରୀକୁ ଗିରଫ୍ କରିଛି ବନବିଭାଗ । ସୂଚନାନୁସାରେ, ବାଲିକିଆରୀ ଗ୍ରାମର ସତ୍ୟବାଦୀ ବେହେରା ପାଖରେ ଏକ ଚୋରା ବନ୍ଧୁକ ରଖିଥିବା ବେଳେ ବନ୍ୟ ପଶୁପକ୍ଷୀ ଶିକାର କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ତେବେ ପ୍ରମାଣ ଅଭାବରୁ ଖସିଯାଉଥିଲା । ଆଜି ଏକ କୋଟରା ଶିକାର କରି ମାଂସ ଘରକୁ ଆଣିଥିବାର ବନକର୍ମଚାରୀ ବିଶେଷ ସୁତ୍ରରୁ ଖବର ପାଇଁ ସତ୍ୟବାଦୀଙ୍କ ଘରେ ବନ ବିଭାଗ କର୍ମଚାରୀ ଚଢଉ କରିଥିଲେ । ଚଢଉ ବେଳେ ଶିକାରୀ ଘରୁ ଏକ ବନ୍ଧୁକ ଓ ୧୦କେଜି କୋଟରା ମାଂସ ଜବତ କରିଥିଲେ । ଏନେଇ ପଶ୍ଚିମାଞ୍ଚଳ ବନାଞ୍ଚଳ କାର୍ଯ୍ୟାଳୟରେ ଏକ ମାମଲା ଋଜୁ କରାଯାଇ ଅଭିଯୁକ୍ତ ଶିକାରୀ ସତ୍ୟବାଦୀ ବେହେରାଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି ।






