ବାଲୁଗାଁ (ବାଘୁଆବାର୍ତ୍ତା): ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟ ହୋଇଛି । ଖୋର୍ଦ୍ଧା ବାଣପୁର ବିଦ୍ୟୁତ ବିଭାଗ ସୁପରଭାଇଜରଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୬ ଲକ୍ଷ ଟଙ୍କା । ବ୍ୟାଙ୍କ ଟଙ୍କା ଜମା କରିବାକୁ ଯାଉଥିବାବେଳେ ଏହି ଲୁଟ ହୋଇଥିବା ଜଣାପଡିଛି । ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ସୁପରଭାଇଜରଙ୍କୁ ଅଟକାଇଥିଲେ । ଏହାପରେ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଲୁଟ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୨ ଦୁର୍ବୃତ୍ତ । ଘଟଣାର ପୁଲିସ ତନାଘନା ଆରମ୍ଭ କରିଛି । ଲୁଟର ଶିକାର ହୋଇଥିବା ସୁପର ଭାଇଜର ହେଲେ ସଂଜିତ ପ୍ରଧାନ । ସେ କହିଛନ୍ତି ଯେ, ମୁଁ ସବୁବେଳେ ଡିପାର୍ଟମେଣ୍ଟାଲ କ୍ୟାସ ନେଇ ଡିପୋଜିଟ କରେ । ଆଜି ମଧ୍ୟ ମୁଁ ଅଫିସରୁ ୧୨ଟାରେ ବାହାରିଥିଲି । କିନ୍ତୁ ମୋତେ କେହି ଜଣେ ବାଇକରେ ଫଲୋ କରୁଥିବା ଲାଗିଲା । ଆଉ ଏକ ଖୋଲା ଜାଗାରେ ମୋତେ ଓଭରଟେକ କରି ମୋ ସାମ୍ନାରେ ଗାଡିଟି ଲଗେଇ ଦେଲା । ଗାଡ଼ିରେ ୨ ଜଣ ଥିଲେ । ହଠାତ ବନ୍ଧୁକ ଲଗେଇ ଦେଇ ଟଙ୍କା ବ୍ୟାଗଟିକୁ ଛଡେଇ ନେଲେ ।






