ପାଟଣାଗଡ଼ (ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ କେହି ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛି ତ କେହି ମାଲେମାଲ ହେବାକୁ ସୁଯୋଗକୁ ଉଣ୍ଡି ବସିଛି । ମୋଟା ଅଙ୍କର ଦରମା ପାଉଥିବା ସତ୍ୱେ କିଏ ମିଠା ଖର୍ଚ୍ଚ ତ ଆଉ କିଏ ଅନ୍ୟ ଆଳରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଲାଞ୍ଚ ମାଗୁଛନ୍ତି । ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲ ଏବଂ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଏଭଳି ଦୁଇଟି ଭିଡିଓ ଭାଇରାଲ ହେବା ପରେ ଏବେ ଆକ୍ସନ ମୁଡରେ ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସିଡିଏମିଓ ଡକ୍ଟର ଭୀମ ସାହୁ ଭାଇରାଲ ଭିଡିଓରେ ଥିବା ଲାଞ୍ଚୁଆ ଅଧିକାରୀ ପାଟଣାଗଡ଼ ଏସଡିଏମଓ ଡକ୍ଟର ବାଚସ୍ପତି ଦାସଙ୍କୁ ପ୍ରଥମେ ସୋ କଜ ନୋଟିସ ମାଗିବା ପରେ ତାଙ୍କୁ ଡେପୁଟେସନରେ ବଲାଙ୍ଗୀର ପଠାଇଦେଇଛନ୍ତି । ସେହିପରି ବିବିଏମସିଏଚର ସ୍ୱାସ୍ଥ୍ୟ କର୍ମଚାରୀ ସଚିକାନ୍ତ ମିଶ୍ରଙ୍କୁ ସଙ୍ଗେ ସଙ୍ଗେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହାବାଦ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।






