Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର

by ସଞ୍ଜୟ ସ୍ୱାଇଁ
May 9, 2021
in Crime, NATIONAL NEWS
ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର
177
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ମହାମାରୀ ବେଳେ ସମସ୍ତଙ୍କ ଭରସା ଡାକ୍ତର । ହେଲେ ଇତିମଧ୍ୟରେ ଜଣେ ମହିଳା ଡାକ୍ତର ଅସଦାଚାରଣର ଶିକାର ହୋଇଛନ୍ତି । ଏହି ଅସଦାଚରଣ ଅଭିଯୋଗ ଆସିଛି ସିଆରପିଏଫ ଡିଆଇଜିଙ୍କ ନାମରେ । ଯାହାକୁ ନେଇ ବିହାର ମୁଜାଫରନଗର ଏବେ ଶିରୋନମାରେ । ପ୍ରସଙ୍ଗ ଗମ୍ଭୀର ହେଉଥିବା ଦେଖି ଏହି ମାମଲାର ତଦନ୍ତ ହେବ ବୋଲି ରବିବାର ନିଷ୍ପତ୍ତି ନିଆଯାଇଛି । ଆଜି ସକାଳେ ମହିଳା ଡାକ୍ତର ଜଣଙ୍କ ବିହାର ମୁଜାଫର ନଗରରେ ଡିଆଇଜି ସୁରିନ୍ଦର ପ୍ରସାଦଙ୍କ ନାମରେ ଏତଲା ଦେବା ପରେ ତଦନ୍ତ ହେବ ବୋଲି ଜଣାପଡିଛି । ମହିଳା ଡାକ୍ତର ଜଣଙ୍କ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ଡିଆଇଜି ବିଳମ୍ବିତ ରାତିରେ ମଦ ପିଇ ବାରମ୍ବାର ତାଙ୍କୁ ଫୋନ କଲ କରୁଥିଲେ । ଡିଆଇଜି ଜଣଙ୍କ ମୁଜାଫରନଗର ହସ୍ପିଟାଲରେ ନିୟୋଜିତ ଥିଲେ । ବିଭିନ୍ନ ସମୟରେ ତାଙ୍କୁ ହଇରାଣ ମଧ୍ୟ କରୁଥିବା ନେଇ ମହିଳା ଜଣଙ୍କ ଏତଲାରେ ଦର୍ଶାଇଛନ୍ତି । ଏହାପରେ ସିଆରପିଏଫ ଏକ ବିବୃତ୍ତିରେ କହିଛି ଯେ ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀ ସାବ୍ୟସ୍ତ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ମହିଳା କର୍ମଚାରୀଙ୍କୁ ସୁରକ୍ଷା ତଥା ନିରାପଦ ପରିବେଶ ଯୋଗାଇବା ପାଇଁ ସିଆରପିଏଫ ପ୍ରତିଶ୍ରୁତିବଦ୍ଧ । ଅସଦାଚରଣ ନେଇ ଯେଉଁ ଅଭିଯୋଗ ଆସିଛି ସେଥିରେ ସିଆରପିଏଫ ଜୀରୋ ଟୋଲରେନଓ ନୀତି ଆପଣାଇବ ବୋଲି କହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!