ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗ୍ରାମର ଜଣେ ନିଶାଡ଼ିଙ୍କ ଉତ୍ପାତ ପାଇଁ ଦୁଇ ଥାନାର ପୁଲିସଙ୍କୁ ନାକେଦମ ହେବାକୁ ପଡ଼ିଛି । ବୁଲି ବୁଲି ବିଭିନ୍ନ ଲୋକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରାମଣ କରି ଗୁରୁତର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ଗୋଳଗୋଳା ଗ୍ରାମର ରାମକୃଷ୍ଣ ନାହାକ ଓରଫ ଲଣ୍ଡା ଜଣେ ପୁରୁଣା ଅପରାଧି ଏବଂ ନିଶାଖୋର ବ୍ୟକ୍ତି ବୋଲି ଜଣାଯାଇଛି । ରାମକୃଷ୍ଣଙ୍କ ଗତକାଲି ସଂନ୍ଧ୍ୟାରେ ବୋଦାପଡ଼ାଠାରୁ ଆରମ୍ଭ କରି କ୍ଷତ୍ରିବରପୁର ପର୍ଯ୍ୟନ୍ତ ବୁଲିବୁଲି ବିଭିନ୍ନ ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରାମଣ କରିବାରେ ୩ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହାତ ହୋଇଛନ୍ତି । ଏହି ଘଟଣାକୁ ନେଇ ଟାଉନଥାନା ଏବଂ ସଦରଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ରାମକୃଷ୍ଣ ଫେରାର ଥିବା ଜଣାଯାଇଛି । ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି, ଖୁବଶୀଘ୍ର ରାମକୃଷ୍ଣକୁ ଗିରଫ କରାଯିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।





