ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଦିନକୁ ଦିନ ନୟାଗଡ଼ ଜିଲ୍ଲାକୁ କବଳିତ କରି ଚାଲିଥିବା ବେଳେ ଅମାନିଆ ମାନେ ମାନୁନଥିବା ଜଣାପଡିଛି । ତଥାପି ପୁଲିସ୍ ନିର୍ଧୁମ୍ ମାଡ଼ ଦେଉଥିଲେ ମଧ୍ୟ ଅମାନିଆଙ୍କ ମନ ମନ ମାନୁନି । କେତେ ବେଳେ ଅମାନିଆ ବାଇକ୍ ଚାଳକ ଛେଚା ଖାଉଛନ୍ତି ତ ଆଉ କେତେବେଳେ ଅମାନିଆ ଦୋକାନୀ ମାଡ଼ ଖାଇବାରୁ ବାଦ୍ ପଡୁନଥିବା ଜଣାପଡିଛି । ଲକଡାଉନ୍ ଓ ସଟଡାଉନରେ ଦୋକାନ ବଜାର ବନ୍ଦ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ କେତେକ ଅମାନିଆ ଦୋକାନୀ ଓ ବାଇକ ଚାଳକ ମାନେ ଏହାକୁ ହ୍ୟୟ ଜ୍ଞାନ ନକରି ଚୋରା ଲୁଚାରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ବେଳେ ଆଜି ନୟାଗଡ଼ ଟାଉନ ଥାନା ଅଧିନରେ ଥିବା ସିନ୍ଦୂରିଆ ଓ ଇଟାମାଟି ଥାନା ଅଧିନରେ ଥିବା ବଡ଼ପଣ୍ଡୁସର, ବାଉଁସିଆପଡ଼ା ଛକଠାରେ ନୟାଗଡ଼ ତସହିଲଦାର ଓ ଇଟାମାଟି ପୁଲିସ ଚଢାଉ କରିଥିଲା । ଅନେକ ଛେଚା ଖାଇବା ସହ ଫାଇନ୍ ଗଣିଥିବା ସୂଚନା ମିଳିଛି । ଉକ୍ତ ଚଢଉରେ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଇଟାମାଟି ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ ସାମିଲ ଥିବା ଜଣାପଡିଛି ।





