Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହାହେଲେ, ଜୋରିମାନା ଦେଲେ କନ୍ୟା ନେଇ ବର ଫେରିଲା ଆନ୍ଧ୍ର

by ସଞ୍ଜୟ ସ୍ୱାଇଁ
May 8, 2021
in Lifestyle
ବାହାହେଲେ, ଜୋରିମାନା ଦେଲେ କନ୍ୟା ନେଇ ବର ଫେରିଲା ଆନ୍ଧ୍ର
473
VIEWS
Share on FacebookShare on Twitter

ରଙ୍ଗେଇଲୁଣ୍ଡା (ବାଘୁଆବାର୍ତ୍ତା): ଓଡିଶା ଓ ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନାକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ ସିଲ କରିବା ସହ ସେଠାରୁ ଓଡିଶାରେ ପ୍ରବେଶ କରୁଥିବା ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଓଡିଆ-ଆନ୍ଧ୍ର ସୀମା ଗିରିସୋଲା ଠାରେ ପ୍ରଶାସନ ପକ୍ଷରୁ ପୁଲିସ, ପରିବହନ ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ଏଠାରେ ଯାଞ୍ଚ ଅନୁଧ୍ୟାନ କରିଥିବା ବେଳେ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକୀ ମିଶ୍ର ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଅଭିଯୋଗ ହେଉଛି ଯେ, ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଓ ଯିବାର କିଛି ସମୟ ପର୍ଯ୍ୟନ୍ତ ଚେକିଂ କଡାକଡି ହେଉଥିବା ବେଳେ ଅନ୍ୟ ସମୟରେ ସୀମା ଯାଞ୍ଚ କାର୍ଯ୍ୟ ଢିଲା ହେଉଛି । ଆଜି ଆନ୍ଧ୍ର ସୋମପେଟା ମଣ୍ଡଳର କୁମ୍ଭାର ନୂଆଗାଁ ଗ୍ରାମର ଏକ ବର ଓ ୫ ଜଣ ଏକ କାରରେ ଗିରିସୋଲା ଚେକପୋଷ୍ଟ ଦେଇ ଆସିଥିଲେ । ପରେ ଶାସନପଦରରେ ବିବାହ କରି କନ୍ୟା ସହ ପୁଣି କାର ଯୋଗେ ଆନ୍ଧ୍ର ଯାଇଥିବା ଜଣାପଡିଛି । ତେବେ ବିବାହ ସ୍ଥଳରେ କନିଷି ତହସିଲଦାର ତାପସ କୁମାର ରାଉତ ପହଞ୍ଚି କୋଭିଡ ଗାଇଡ ଲାଇନ ପାଳନ ନହୋଇଥିବା ଦର୍ଶାଇବା ସହ ପାଞ୍ଚହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ସମସ୍ତେ କୋଭିଡ ନେଗେଟିଭ ରିପୋର୍ଟ ଆଣିଥିବା ସୂଚନା ପ୍ରଦାନ କରିଛନ୍ତି ତହସିଲଦାର ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!