ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାର ଆଜି ୨୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୯୦୮ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ଆଜି ଚିହ୍ନଟ ହୋଇଥିବା ୨୦୪ ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଲକରୁ ୬, ଦଶପଲ୍ଲାରୁ ୨୫, ଗଣିଆ ୫, ଖଣ୍ଡପଡ଼ାରୁ ୩୩, ନୟାଗଡ଼ରୁ ୩୪, ନୂଆଗାଁରୁ ୧୬, ଓଡ଼ଗାଁରୁ ୨୪, ରଣପୁରରୁ ୨୮, ନୟାଗଡ଼ ପୈାରାଞ୍ଚଳ ତଥା ଜିଲ୍ଲା ବାହାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲ ଏବଂ ଖଣ୍ଡପଡ଼ା କୋଭିଡ୍ ସେଣ୍ଟରରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।





