ଆସିକା (ବାଘୁଆବାର୍ତ୍ତା): ବନ୍ଦ କୋଠରୀରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳାଙ୍କ ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି । ଗଞ୍ଜାମ ଜିଲ୍ଲା ଆସିକା ଗୋଲାପଲ୍ଲୀ ଗାଁର ଏହି ଘଟଣା ଘଟିଛି । ଆସିକା ଗୋଲାପଲ୍ଲୀ ଗାଁରେ ଏକ ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ଜୀବିତ ଅବସ୍ଥାରେ ଥିବା ୨ ବର୍ଷର ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ମହିଳାଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡି ନାହିଁ ।






