ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ରାଜ୍ୟରେ ଦୈନଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ତାହାରି ଭିତରେ ରାଜ୍ୟ ସରକାର ଲକଡାଉନ୍ ଓ ସଟଡାଉନ ଘୋଷଣା କରିଛନ୍ତି । ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ରାଜ୍ୟ ପୁଲିସ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ଆଜି ପୁଲିସ୍ ମହାନିଦେ୍ର୍ଦଶକ ଅଭୟ ଓ ଏଡିଜି ଯଶବନ୍ତ ଜେଠୱା ବ୍ରହ୍ମପୁର ଗସ୍ତ କରି ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ କିଭଳି ଅଛି କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହିତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାର ଏସପିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ପୁଲିସ ଅଧିକାରୀ ମାନେ ସାମିଲ ହୋଇଥିବା ଜଣାପଡିଛି ।






