Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କଲା ହିନ୍ଦୁ ମହାସଂଘ

by ସଞ୍ଜୟ ସ୍ୱାଇଁ
May 7, 2021
in Politics, State
ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କଲା ହିନ୍ଦୁ ମହାସଂଘ
376
VIEWS
Share on FacebookShare on Twitter

ନବରଙ୍ଗପୁର,(ବାଘୁଆବାର୍ତ୍ତା): ଚଳିତମାସ ମେ ୫ ତାରିଖ ରେ ଏକ ଭର୍ଚ୍ୟୁଆଲ ବୈଠକ ରେ ହିନ୍ଦୁ ମହାସଂଘ ର ପ୍ରମୁଖ କାର୍ୟ୍ୟକର୍ତ୍ତା ମାନେ ପଶ୍ଚିମବଙ୍ଗ ର ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ଧର୍ମ ର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହି ବୈଠକ ରେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ଆଇନ୍ ପରାମର୍ଶଦାତା ଅରୁଣ ନାୟକ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ପ୍ରବକ୍ତା ରାମ ମୁଦୁଲି, ମିଡ଼ିଆ ପ୍ରଭାରୀ ପ୍ରଭାତ ସୁନା, ବହ୍ଲବ ପାଢି, ଅବିଭକ୍ତ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଯୁଗଳ ପାଢ଼ୀ, ହିନ୍ଦୁ ବାଦି ନେତା ସୁବ୍ରତ ମିଶ୍ର,ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ପଦ୍ମନ ଲମତା ତଥା ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ, ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ଏବଂ ଅନ୍ୟାନ୍ୟ ଜିଲ୍ଲା ଏବଂ ଛତିଶଗଡ଼ ର ପ୍ରମୁଖ କାର୍ୟ୍ୟକର୍ତ୍ତା ଯୋଗଦାନ କରିଥିଲେ। ବୈଠକ ର ଆଲୋଚନା ଓ ନିଷ୍ପତ୍ତି ପ୍ରକାରେ ଆଜି ଓଡିଶା ର ବିଭିନ୍ନ ଅଞ୍ଚଳ ରୁ ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲା ରୁ କାର୍ୟ୍ୟକର୍ତ୍ତା ମାନେ ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଅନୁରୋଧ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡାକ ପତ୍ର ଯୋଗେ ପଠାଇଛନ୍ତି। ଏହି କାର୍ୟ୍ୟକୁ ଜୟପୁର ସହରରୁ ହିନ୍ଦୁ ମହାସଂଘ ପ୍ରବକ୍ତା ଶ୍ରୀରାମ ମୁଦୁଲି ଶୁଭାରମ୍ଭ କରିଥିଲେ। ଆଗାମୀ କିଛିଦିନ ମଧ୍ୟରେ ଏହି କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଯୁବ ହିନ୍ଦୁ ମହାସଂଘର ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ରମେଶ ଅନକା ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!