ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦେଶରେ ଘାତକ କରୋନା ଭାଇରସ ମହାମାରୀ ବିରୋଧରେ ଆଗକୁ ଆସିଛନ୍ତି । ଦୁହେଁ କୋଭିଡ-୧୯ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ଆଗକୁ ଆସିବା ପାଇଁ କହିଛନ୍ତି ଓ ସ୍ୱଇଛାରେ ଦାନ କରିବାକୁ ଅନୁରୋଧ କରିଛନ୍ତି । ଆଇଡିଏଲ ଫ୍ରାଞ୍ଚାଇଜି ରୟାଲ ଜ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମର କ୍ୟାପଟେନ ବିରାଟ କୋହଲି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅନୁଷ୍ଠାନ ମଧ୍ୟ ଅଛନ୍ତି । ବିରାଟ କହିଛନ୍ତି ଯେ ସେ ଓ ଅନୁଷ୍ଠାନ କୋଭିଡ-୧୯ ଲଢ଼େଇ ବିରୋଧରେ ଅଧିକରୁ ଅଧିକ ଲୋକଙ୍କୁ ସହାୟତା କରିବାକୁ ପ୍ରୟାସ କରିଛନ୍ତି । ବିରାଟ ଓ ଅନୁଷ୍କାଙ୍କ ଏହି ମହତ କାମ ପାଇଁ ସୋଶିଆଲ ମିଡିଆରେ ଦୁହିଁଙ୍କୁ ଖୁବ ପ୍ରଶଂସା କରାଯାଇଛି ।





