ନୟାଗଡ଼, (ବାଘୁଆବାର୍ତ୍ତା): ତହସିଲଦାରଙ୍କୁ ମାଡ଼ ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଥିବା ଜଣାପଡିଛି । ଉଭୟଙ୍କୁ ଗିରଫ୍ କରି ଆଜି କୋର୍ଟ ଚଲାଣ କରାଯାଇଛି । ସୂଚନାନୁସାରେ, ବାଲେଶ୍ୱର ଅଞ୍ଚଳରେ ଏକ ବିବାହ ଭୋଜିକୁ ବନ୍ଦ କରିବା ପାଇଁ ବାଲେଶ୍ୱର ତହସିଲଦାର ପହଞ୍ôଚ ବନ୍ଦ କରିଥିଲେ । ସେହି ସମୟରେ ଉତକ୍ଷେପତ ହୋଇ ତହସିଲଦାରଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ବାଲେଶ୍ୱର ଥାନାରେ ତହସିଲାଦାର ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ବାଲେଶ୍ୱର ପୁଲିସ ୨ଜଣ ଅଭିଯୁକ୍ତ ତପନ ରାଉତ ଓ ଦେବାଶିଷ ଜେନାକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅଞ୍ଜନ ରାଉତ ଫେରାର ଥିବା ଜଣାପଡିଛି ।






