Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହର ୯ ଦିନ ପରେ ଫସିଲେ କମେଡିଆନ ସୁଗନ୍ଧା

by ସଞ୍ଜୟ ସ୍ୱାଇଁ
May 6, 2021
in NATIONAL NEWS
ବିବାହର ୯ ଦିନ ପରେ ଫସିଲେ କମେଡିଆନ ସୁଗନ୍ଧା
531
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ହରଡଘଣାରେ ଦ କପିଲ ଶର୍ମା ଶୋ’ ଫେମ କମେଡିଆନ ସୁଗନ୍ଧା ମିଶ୍ର । ବିବାହର ମାତ୍ର ୯ ଦିନ ପରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ସୁଗନ୍ଦା ମିଶ୍ର ଏବଂ ସିଙ୍କେତ ଭୋଷଲେ ୯ ଦିନ ପୂର୍ବରୁ ବିବାହ କରିଛନ୍ତି । କିନ୍ତୁ କରୋନା କାଳରେ ହୋଇଥିବା ବାହାଘର ଭୋଜିରେ କରୋନା ନିୟମ ଉ୍ଲ୍ଲଂଘନ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିବା କୁହାଯାଉଛି । ଗୁରୁବାର ଫଗୱାଡା ଥାନାରେ ସୁଗନ୍ଧାଙ୍କ ବିରୋଧରେ ମାମଲା ହୋଇଛି । ସେପଟେ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସଂପ୍ନ ହୋଇଥିବା ସୁଗନ୍ଧା ଏବଂ ସଂକେତ କହିଛନ୍ତି । କିନ୍ତୁ ତାଙ୍କ ବିବାହ ଭୋଜିରେ ଅନୁମତିଠୁ ଅଧିକ ସଂଖ୍ୟକ ଲୋକ ଉପସ୍ଥିତ ଥିବା ନେଇ ଅଭିଯୋଗ ହୋଇଛି । ସୁଗନ୍ଧାଙ୍କ ବ୍ୟତୀତ ବିବାହ ହୋଇଥିବା ହୋଟେଲ କର୍ତ୍ତୁପକ୍ଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ପୋଲିସ ଏଯାଏ କାହାକୁ ଗିରଫ କରିନାହିଁ । ସୁଗନ୍ଧାଙ୍କ ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଜଳନ୍ଧରରେ ଯେଉଁ ହୋଟେଲରେ ସୁଗନ୍ଧାଙ୍କ ବିବାହ ହୋଇଥିଲା । ସେଠାକର ମ୍ୟାନେଜମେଣ୍ଟ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି । ୯ ଦିନ ପୂର୍ବରୁ ୨୬ ଏପ୍ରିଲରେ କ୍ଳବ କୱାନା ରିଜୋର୍ଟରେ ସୁଗନ୍ଧା ନିଜର ପୁରୁଷ ବନ୍ଧୁ ସଂକେତ ଭୋଷଲେଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ ୨୪ ଘଣ୍ଟା କ୍ୱାରେଣ୍ଟାଇନରେ ରଖାଯାଇଥିଲା । ବିବାହ ପୂର୍ବରୁ ଏକ ସାକ୍ଷାତକାରରେ ସୁଗନ୍ଧା କହିଥିଲେ, ସେ ତାଙ୍କ ବିବାହ ଧୁମଧାମରେ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ନୁହେଁ ନିଜ ବିବାହ ପାଇଁ ସମସ୍ତ ସପିଂ ସୁଗନ୍ଧା ଅନଲାଇନରୁ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!