ଭୁବନେଶ୍ୱର (ବାଘୁଆବାର୍ତ୍ତା): ଟିକାକରଣ ସଂପର୍କରେ ସ୍ଥ୍ୟ ସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭% ୨ୟ ଡୋଜ ଦିଆଗଲାଣି । ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ ୯୭%, ୨ୟ ଡୋଜ ୮୫% ନେଇ ସାରିଲେଣି । ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ ନେଲେଣି । ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ ଟାଇମ ହୋଇଗଲାଣି । ୨ୟ ଡୋଜ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି । ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ ଡିଉ ହେଉଛି । କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦିଆଯାଉଛି । କୋଭାକ୍ସିନ ଟିକା ୨ୟ ଡୋଜ ଦେବାରେ ଏଯାଏ କିଛି ସମସ୍ୟା ନାହିଁ । ଘରୋଇ ହସ୍ପିଟାଲରେ ୧ମ ଡୋଜ ନେଇଥିଲେ, ସରକାରୀ ହସ୍ପିଟାଲରୁ ୨ୟ ଡୋଜ ନେଇପାରିବେ । ସରକାରୀ ହସ୍ପିଟାଲରୁ ମାଗଣାରେ ୨ୟ ଡୋଜ ଟିକା ନେଇପାରିବେ । ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ୧ମ ଡୋଜ ନେଇଥିଲେ, ୨ୟ ଡୋଜ ମାଗଣାରେ ନେଇପାରିବେ । ବିଏମସି ଛାଡି ୩୦ ଜିଲ୍ଲାରେ କୋଭିସିଲଡ ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି । ଆମେ ତୁରନ୍ତ ୧୫ ଲକ୍ଷ ଡୋଜ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ । ଯେଉଁମାନେ ୨ୟ ଡୋଜ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ ଏବେ ଦିଆଯିବନି । ଏସିଏସ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଟିକା ଉତ୍ପାଦନ, ନିୟନ୍ତ୍ରଣ କେନ୍ଦ୍ର ହାତରେ । ସିଏ ଯାହା ଦେବେ ଆମେ ଦେବୁ । ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତିଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କଲେ ଏସିଏସ । ୧୮ ରୁ ୪୪ ବର୍ଷର ଲୋକଙ୍କୁ ଏବେ କେବଳ ରେଜିଷ୍ଟ୍ରେସନ କରିବାକୁ ପଡିବ । କୋଭାକ୍ସିନ ଆସିଛି ଦିଆଯାଉଛି । କୋଭିସିଲ୍ସ ଆସିନି, ଆସିଲେ ଦିଆଯିବା ଟିକା ପାଇଁ ଅର୍ଡର ଦିଆଯାଇଛି । ଯିକା ପହଞ୍ଚିଲେ ସେମାନଙ୍କୁ ଦିଆଯିବ ବୋଲି ଏସିଏସ କହିଛନ୍ତି ।






