Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣଭୂମି ପାଲଟିଲା ଶ୍ମସାନ, ସମ୍ପତ୍ତି ପାଇଁ ତିନି ଭାଇଙ୍କ ମାରପିଟ

by ସଞ୍ଜୟ ସ୍ୱାଇଁ
May 6, 2021
in NATIONAL NEWS
ରଣଭୂମି ପାଲଟିଲା ଶ୍ମସାନ, ସମ୍ପତ୍ତି ପାଇଁ ତିନି ଭାଇଙ୍କ ମାରପିଟ
337
VIEWS
Share on FacebookShare on Twitter

ଭୀଲୱାଡା (ବାଘୁଆବାର୍ତ୍ତା): ଅର୍ଥ ସର୍ବସ୍ୱ ମଣିଷ ଏଭଳି ଏକ ମହାମାରୀ ସମୟରେ ମଧ୍ୟ ନିଜର ଫାଇଦା ପାଇଁ ଅନ୍ୟକୁ ହଇରାଣ କରିବାକୁ ପଛାଉ ନାହିଁ । ଏପରିକି ରକ୍ତ ସମ୍ପର୍କ ମଧ୍ୟ ଶତ୍ରୁ ପାଲଟି ଯାଉଛନ୍ତି । ଏଭଳି ଏକ ଲଜ୍ୟାଜନକ ଘଟଣା ରାଜସ୍ଥାନର ଭୀଲୱାଡାରେ ଦେଖିବାକୁ ମିଳିଛି । ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ପରେ ପୈତୃକ ସମ୍ପତ୍ତିକୁ ନେଇ ୩ ପୁଅ ଭିତରେ ସଂଘର୍ଷ । ଶ୍ମଶାନକୁ ବାପାର ଅସ୍ଥି ନେବାକୁ ଆସିଥିବା ୩ ପୁଅ ଜମିଜମା ବିବାଦକୁ ନେଇ ପରସ୍ପରକୁ ଜୀବନରେ ମାରିଦେବାକୁ ଆକ୍ରମଣ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ସେଠାରେ ପହଁଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲା । ଭାଇମାନଙ୍କ ଭିତରେ ଜମି ପାଇଁ ଲଢ଼େଇ ଚାଲିଥିବା ବେଳେ ସେଠାରେ ଥିବା ଲୋକମାନେ ଏହାର ଭିଡିଓ ତିଆରି କରିଥିଲେ । ବାପାଙ୍କ ମୃତ୍ୟୁ ପରେ ତୃତୀୟ ଦିନ ଏଭଳି ଘଟଣାକ୍ରମ ଭୀଲୱାଡାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ପୋଲିସ ମାମଲା ରୁଜୁ କରିନାହିଁ । ଭୀଡୱାଡାର ସାଙ୍ଗନେରରେ ରହୁଥିବା ପ୍ରତାପ ରାଓ ନାମକ ଜଣେ ବ୍ୟକ୍ତିଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ବୁଧବାର ତୃତୀୟ ଦିନରେ ତାଙ୍କ ତିନି ପୁଅ ଧର୍ମ ସିଂ ରାଓ, ପପୁ ରାଓ ଓ ରଘୁନାଥ ରାଓ ଅସ୍ଥି ନେଇ ଏକାଠି ଶ୍ମଶାନକୁ ଆସିଥିଲେ । ଏହି ସମୟରେ ସମସ୍ତେ ମାନମର୍ଯ୍ୟାଦା ଭୁଲି ପୈତୃକ ଜମି ପାଇଁ ପରସ୍ପର ଭିତରେ ସଂଘର୍ଷ କରିବାକୁ ପଛାଇ ନଥିଲେ । ଶ୍ମଶାନକୁ ଆଉ କିଛି ବ୍ୟକ୍ତି ଶବଦାହ କରିବାକୁ ଆସିଥିବା ବେଳେ ସେମାନେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ତିନି ଭାଇ ରାଗରେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଏହାପରେ ସେଠାରେ ଥିବା ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!