Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପାଇଁ ରାଜି ନହେବାରୁ ମାରିଦେଲା ଗ୍ୟାଙ୍ଗଷ୍ଟର, ତଦନ୍ତ ଆରମ୍ଭ

by ସଞ୍ଜୟ ସ୍ୱାଇଁ
May 5, 2021
in Crime, NATIONAL NEWS
ବିବାହ ପାଇଁ ରାଜି ନହେବାରୁ ମାରିଦେଲା ଗ୍ୟାଙ୍ଗଷ୍ଟର, ତଦନ୍ତ ଆରମ୍ଭ
645
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ବିବାହ ପାଇଁ ଜବରଦସ୍ତି କରି ରାଜି ନହେବାରୁ ଜୀବନରୁ ମାରିନେଲେ । ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ଲାହୋରରେ ଘଟିଛି । ହତ୍ୟାକାଣ୍ଡରେ ଶିକାର ହୋଇଛନ୍ତି ଜଣେ ଲଣ୍ଡନ ଯୁବତୀ । ସେ ହେଉଛନ୍ତି ମୟରା ଜୁଲିଫକର । ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନାନୁସାରେ, ଯୁବତୀ ଜଣଙ୍କ ୨ ମାସ ପୂର୍ବରୁ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗ ଦେବା ପାଇଁ ଲଣ୍ଡନରୁ ପାକିସ୍ତାନର ଲାହୋରକୁ ଆସିଥିଲେ । ତେବେ ଯୁବତୀଙ୍କ ମା ଝିଅର ପ୍ରତ୍ୟାବର୍ତନ ନେଇ ମଧ୍ୟ ଫ୍ଲାଇଟ ଟିକେଟ ବ୍ୟବସ୍ଥା କରିଥିଲେ । ତେବେ ଦକ୍ଷିଣ ଏସିଆରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ରେଡ ଜୋନରେ ରଖିଛି ୟୁକେ । ତେଣୁ ପାକିସ୍ତାନରୁ ଫେରିବା ପରେ ଲଣ୍ଡନରେ କ୍ୱରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ନିୟମ କରାଯାଇଛି । କ୍ୱରେନଟାଇନ ଫି ବାବଦକୁ ଟଙ୍କା ଦେବାକୁ ପଡୁଥିବାରୁ ଯୁବତୀ ଜଣକ ଲଣ୍ଡନ ଫେରିବାକୁ ଅରାଜି ହୋଇଥିଲେ । ଭାବିଥିଲେ କରୋନା ସଂକ୍ରମଣ କମିବା ପରେ ଲଣ୍ଡନରେ ଲାଗୁ ହୋଇଥିବା କଟକଣା କୋହଳ ମଧ୍ୟ ହୋଇଯିବ । ସେଥିପାଇଁ ଆଉ କିଛି ଦିନ ପରେ ଲଣ୍ଡନକୁ ଫେରିବା ପାଇଁ ଯୋଜନା କରି ସେ ଲାହୋରରେ ତାଙ୍କ ଆଇ ପାଖରେ ରହିଥିଲେ । ଏହାରି ଭିତରେ ଲାହୋରରେ କିଛି ପିଲାଙ୍କ ସହ ବନ୍ଧୁତ୍ୱ ମଧ୍ୟ ବଢ଼ି ଯାଇଥିଲା । ତେବେ ଜଣେ ଗ୍ୟଙ୍ଗଷ୍ଟର ଆସି ଯୁବତୀଙ୍କୁ ବିବାହ ପାଇଁ ଜବରଦସ୍ତି କରିଥିଲେ । ଏଥିରେ ଯୁବତୀ ଜଣକ ରାଜି ହୋଇ ନଥିବାରୁ ତାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!