Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧାନ ବିଲରେ ଭାଉଜକୁ ଗୋଡ଼ାଇଲା ଦିଅର

by ସଞ୍ଜୟ ସ୍ୱାଇଁ
May 4, 2021
in Crime, State
ଧାନ ବିଲରେ ଭାଉଜକୁ ଗୋଡ଼ାଇଲା ଦିଅର
216
VIEWS
Share on FacebookShare on Twitter

ଜଳେଶ୍ୱର (ବାଘୁଆବାର୍ତ୍ତା): ଧାନ ବିଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଠିକି ଧାବିଲରେ ଭାଉଜକୁ ଦିଅର ଗୋଡାଗୋଡାଇ ପିଟୁଥିବା ବେଳେ ବଡ଼ ପୁଅକୁ କଟୁରିରେ ଆକ୍ରମଣ କରିଛି ବାପା । ଏଭଳି ଅଭିଯୋଗ ଆସିଛି କମର୍ଦ୍ଦା ଥାନା କଣ୍ଠାଳିଆ ଗ୍ରାମରେ । ସୂଚନାନୁସାରେ, କଣ୍ଠାଳିଆ ଗ୍ରାମର ଗଙ୍ଗା ନାରାୟଣ ପଢ଼ିଆରୀ ଓ ତାଙ୍କର ବଡ଼ ପୁଅ ସପନ ପଢ଼ିଆରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ବଡ ପୁଅ ସପନ ତାଙ୍କୁ ମିଳିଥିବା ଭାଗ ଜମିରେ ଧାନ ଚାଷ କରିଥିଲେ । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଆଜି ସପନ ନିଜ ବିଲରେ ହାରଭେଷ୍ଟର ମେସିନ ସାହାଯ୍ୟରେ ଧାନ ଅମଳ କରୁଥିଲେ । ଏହି ସମୟରେ ତାଙ୍କ ବାପା ଗଙ୍ଗା ନାରାୟଣ ପଢ଼ିଆରୀ ଓ ସାନ ପୁଅ ବିଜୁ ପଢ଼ିଆରୀ ମିଳିତ ହୋଇ ବଡ଼ ପୁଅ ସପନ ପଢ଼ିଆରୀଙ୍କ ଧାନ କ୍ଷେତରେ ପହଞ୍ଚି ଜୋରଜବରଦସ୍ତ ଭାଗ ଧାନ ଦେବା ପାଇଁ କହିଥିଲେ । ମାତ୍ର ବଡ଼ ପୁଅ ସପନ ଧାନ ଦେବାକୁ ମନା କରିବାରୁ ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ସାନ ପୁଅ ଏବଂ ବାପା ମିଶି ବଡ଼ ପୁଅ ସପନକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିବା ସହ ରଶିରେ ବାନ୍ଧି ପକାଇଥିଲେ । ଖବର ପାଇ ସପନଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ଧାନ ବିଲ ମଝିରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ନିଜ ବଡ଼ ପୁଅକୁ ରଶିରେ ବାନ୍ଧି ବୋହୁକୁ ଆକ୍ରମଣ କରି ତାଙ୍କ ବିଲରୁ ଜୋରଜବରଦସ୍ତ ଧାନ କାଟି ନେବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଗୋଡାଇ ଗୋଡାଇ ମାଡ଼ ମାରିବା ଘଟଣା ସମୟରେ ଦୃଶ୍ୟରେ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି । ଖବର ପାଇ ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । କମର୍ଦ୍ଦା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!