ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଲିସ୍ ମୁଖ୍ୟାଳୟରେ ଛୋଟ ଧରଣର ପଦୋନ୍ନତି ଦିଆଯାଇଛି । ଓପିଏସ୍ ପାହ୍ୟାରୁ ଦୁଇ ଅଫିସରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏଏସପି ବିଶ୍ୱନାଥ ମିଶ୍ର ଓ ଏଏସପି ରାଜକିଶୋର ପାଇକରାୟଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏସପି ପାହ୍ୟାକୁ ବିଶ୍ୱନାଥ ମିଶ୍ରଙ୍କୁ ପଦୋନ୍ନତି ପରେ ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ନେଇ ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।






