ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନା ରାଜ୍ୟରେ ଦୃତଗତିରେ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାତ୍ତା ପାଉଥିବା ବ୍ୟକ୍ତିମାନଙ୍କ ଘରେ ପହଂଚିବ ଭତ୍ତା । ଏଣିକି ଆଉ ଭତ୍ତା ପାଇବା ପାଇଁ ପଞ୍ଚାୟତ କି ବ୍ଲକକୁ ଯିବାକୁ ପଡିବ ନାହିଁ । ଘରେ ବସି ପାଇ ପାରିବେ ସାମାଜିକ ସୁରକ୍ଷା ଭତ୍ତତ୍ତା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।






