ଭୁବନେଶ୍ୱର (ବାଘୁଆବାର୍ତ୍ତା): ଓଡିଶାରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ପୂର୍ବରୁ ଣିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏହି କ୍ରମରେ ମଙ୍ଗଳବାର ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ରାଜ୍ୟରେ ଟିକା ପହଞ୍ଚିବା ନିହାତିଭାବେ ଏକ ଆଶ୍ୱସ୍ତିକର ଖବର । ଭ୍ୟାକସିନ ନଥିବାରୁ ବିଭିନ୍ନ ସମୟରେ ଅନେକଗୁଡ଼ିଏ ଟିକାକରଣ କେନ୍ଦରରେ ଟିକାଦାନ ବନ୍ଦ କରାଯାଇଥିବା ନଜିର ରହିଛି । ତେବେ ବର୍ତ୍ତମାନ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଟିକାକରଣ ସ୍ୱଭାବିକ ହେବ ବୋଲି ଆଶା କରାଯାଉଛି ।






