Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରା ମଦ ବିକ୍ରିକୁ ବିରୋଧ କରୁଥିଲେ ମହିଳା, ବେପାରୀଙ୍କ ଆକ୍ରମଣରେ ଚାଲିଗଲା ଜୀବନ

by ସଞ୍ଜୟ ସ୍ୱାଇଁ
May 4, 2021
in Crime, State
ଚୋରା ମଦ ବିକ୍ରିକୁ ବିରୋଧ କରୁଥିଲେ ମହିଳା, ବେପାରୀଙ୍କ ଆକ୍ରମଣରେ ଚାଲିଗଲା ଜୀବନ
142
VIEWS
Share on FacebookShare on Twitter

ଯାଜପୁର (ବାଘୁଆବାର୍ତ୍ତା): ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଜୀବନ ଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ ଗ୍ରାମରେ । ସୂଚନାନୁସାରେ, ବରେଇ ଗ୍ରାମରେ ବିଜୟ ଜେନା ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ଉକ୍ତ ଗାଁରେ ଚୋରା ମଦ କାରବାର କରିଆସୁଥିଲା । ତେବେ ଉକ୍ତ ଚୋରା ମଦ କାରବାରକୁ ବିରୋଧ କରିଥିଲେ ଗ୍ରାମର କିଛି ମହିଳା । ଏହି ବିରୋଧକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଚୋରା କାରାବାର ଉପରେ ରୋକ ଲଗାଇଥିଲା ପୋଲିସ । ତେବେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ବିଜୟ ରବିବାର ଦିନ ମରଣାନ୍ତକ ଆକ୍ରମଣ କରିବା ସହ ବଡ଼ ବଡ଼ ଢେଲା ପଥର ମାଡ଼ କରିଥିଲା ଲକ୍ଷ୍ମୀ ଜେନାଙ୍କୁ । ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତିରେ ଲକ୍ଷ୍ମୀଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ପାଇଁ ମଙ୍ଗଳପୁର ଥାନା ଆଇଆଇସି ଅସିତ ରଂଜନ ମହାନ୍ତି ଅଭିଯୁକ୍ତ ବିଜୟ ବିଳମ୍ବିତ ରାତିରେ ଗିରଫ କରିଥିବା ନେଇ ଖବର ମିଳିଛି । ଅନ୍ୟପଟରେ ଏହି ଚୋରା ମଦ କାରବାର ବିରିପଟା ଗ୍ରାମର ଅଶ୍ୱିନୀ ସେନାପତି ନାମକ ଜୈନକ ବ୍ୟକ୍ତିଙ୍କ ପ୍ରରୋଚନା ତଥା ସହଯୋଗରେ ହେଉଥିବାରୁ ଅଶ୍ୱିନୀକୁ ମଧ୍ୟ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!