ରାଇରଙ୍ଗପୁର (ବାଘୁଆବାର୍ତ୍ତା): କୂଅରୁ ମିଳିଲା ଶିଶୁର ମୃତଦେହ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଇଗଣକୁଦର ଗାଁର ଘଟଣା । ମୃତ ଶିଶୁପୁତ୍ର ଶଙ୍କର ମାଝିଙ୍କ ପୁଅ ଦୁଃଖିଆ ମାଝି ବୋଲି ଜଣାପଡିଛି । ଖବର ଅନୁଯାୟୀ, ମୃତ ଶିଶୁପୁତ୍ର ଜଣଙ୍କ ଗତକାଲି ଠାରୁ ନିଖୋଜ ହୋଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ କୌଣସି ସନ୍ଧାନ ପାଇନଥିଲେ । ଶେଷରେ ଆଜି ଗାଁ କୂଅରୁ ପୁଅର ମୃତଦେହ ଠାବ ହୋଇଛି । ତେବେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟା । ତାହାର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ଛାନଭିନ ଜାରି ରଖିଛି ।






