ବ୍ରହ୍ମପୁର (ବାଘୁଆବାର୍ତ୍ତା): ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବେକରେ ବେଲ୍ଟ ଗୁଡାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଥାନାର ମହିଳା ଓ ଶିଶୁ ଡେସ୍କ କୋଠରିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ରଙ୍ଗିପୁର ଗାଁର ଗଣେଶ ଡାକୁଆ । ଏକ ଗଣ୍ଡଗୋଳ ମାମଲାରେ ଅଭିଯୁକ୍ତ ଭାବରେ ଗଣେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ଘଟଣାକୁ ନେଇ ଖୋଳତାଡ କରୁଛି ପୋଲିସ । ଭୁଲ ଥିବା ଜଣାପଡିଲେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।






