ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ରୋଗୀମାନଙ୍କ ପାଇଁ ସାହାରା ପାଲଟିଛି ଓଡ଼ିଶା ମୋ ପରିବାର । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଓଡ଼ିଶା ମୋ ପରିବାର ମାଧ୍ୟମରେ ହେଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ସଂଗ୍ରହକୁ ପ୍ରଶଂସା କରିଛନ୍ତି । ଏପ୍ରିଲ ମାସରେ ଓଡ଼ିଶା ମୋ ପରିରବାର ୧୧୩୬୮ ୟୁନିଟ୍ ରକ୍ତ ସଂଗ୍ରହ କରି ରୋଗୀମାନଙ୍କ ସାହାରା ପାଲଟିଛି । କୋଭିଡ୍ ବେଳେ ଓଡ଼ିଶା ମୋ ପରିବାର ଜୀବନ ବନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନକୁ ସଫଳ କରିବା ପ୍ରଶଂସନୀୟ ।






