ନୟାଗଡ଼ (ବାଘୁଆବାର୍ତ୍ତା): ପାରିବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି କାଳିକାପ୍ରସାଦ ଗ୍ରାମରେ । ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମରେ କୁଆଁ ଗୋଛାୟତ(୪୦) ନାମକ ଜଣେ ମହିଳା ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସଦର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବ ଉଦ୍ଧାର କରି ମେଡିକାଲକୁ ଶବ ବ୍ୟବଛେଦ କରିବାକୁ ପଠାଇଥିବା ଜଣାପଡ଼ିଛି । ଏନେଇ ସଦର ଥାନାରେ କେସ ନଂ-୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି ।






