ନୟାଗଡ଼ (ବାଘୁଆବାର୍ତ୍ତା): ଜମିବାଡିକୁ କେନ୍ଦ୍ର କରି ତୁମୂଳକାଣ୍ଡ । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୁରୁଣା ବାରିପଦା ଗ୍ରାମରେ । ସୂଚନାନୁସାରେ, ଗ୍ରାମର ଦିଲ୍ଲୀପ ପଢ଼ିଆରୀଙ୍କ ତାଙ୍କ ପଡୋଶୀଙ୍କ ସହ ଜମିଜମା ବିବାଦ ରହିଥିଲା । ଯାହା ସୋବବାର ଉଗ୍ରରୂପ ଧାରଣ କରିଥିଲା । ଦିଲ୍ଲୀପ ପଢ଼ିଆରୀଙ୍କ ତାଙ୍କ ପଡୋଶୀଙ୍କ ସହ ଜମିଜମା ବିବାଦ ରହିଥିଲା । ଯାହା ସୋମବାର ଉଗ୍ର ରୂପ ଧାରଣ କରିଥିଲା । ଦିଲ୍ଲୀପଙ୍କୁ ତାଙ୍କ ଠେଙ୍ଗାରେ ବାଡେଇ ଲହୁଲୁହାଣ କରି ପକାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।






