ନୟାଗଡ଼ (ବାଘୁଆବାର୍ତ୍ତା): ବିବାହର ମିଥ୍ୟା ପ୍ରତିଶୃତି ଦେଇ ଧୋକ୍କା ଦେଲା ପ୍ରେମିକ । ଏବେ ୫ ବର୍ଷର ପୁଅକୁ ଧରି ପ୍ରେମିକ ଦୁଆରେ ମହଳିଳା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଶିମିଳି ପଞ୍ଚାୟତ ସିରିପୁର ଗାଁରେ । ଉରିଯାଇଛି ମାନବିକତା । ଏମିତି ଏଭ ଭିଡିଓ ଭାଇରାଲ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଭାଇରାଲ ହେଉଥିବା ଭିଡିଓରୁ ଜଣାପଡୁଛି ଜଣେ ମହିଳା ଘର ବାହାରେ ବସି ଖାଉଛନ୍ତି । ପାଖରେ ୫ ବର୍ଷର କୁନି ପୁଅ ମଧ୍ୟ ଅଛି । ଭିଡିଓରେ ଥିବା ମହିଳା ଜଣଙ୍କ ହେଲେ ଶୀରିପୁର ଗାଁର ଅଟନ୍ତି । ବୟସ ୨୨ ଆଜକୁ ୭ ବର୍ଷ ପୂର୍ବେ ସେହି ଗାଁର ମକରଧ୍ୱଜ ବିଶ୍ୱାଳଙ୍କୁ ସେ ବିବାହ ମିଥ୍ୟା ପ୍ରତିଶୃତି ଦେଇ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲେ । ୧୭ ବର୍ଷ ବୟସ ରେ ପୀଡିତା ନାବାଳିକା ଥିବା ବେଳେ ୬ ମାସର ଗର୍ଭବତୀ ହେବା ଜାଣିବା ପରେ ପ୍ରକାଶ ଘର ଛାଡି ଅନ୍ୟତ୍ର ଚାଲିଯାଇଥିଲା । ପରେ କୋଣାର୍କ ଥାନାରେ ଏନେଇ ଉଭୟ ପୀଡିତା ଓ ତାର ପରିବାର ଲୋକେ ଅଭିଯୋଗ କରିଥିଲେ । ପରେ କୋଣାର୍କ ଥାନାରୁ ଏକ କେସ ରୁଜୁ କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାବାଳିକା ପୀଡିତାଙ୍କୁ ପୁରୀ ନୀଳାଚଳ ନାରୀ ସେବା ସଦନରେ ଛାଡ଼ି ଥିଲେ । ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ପରେ ଦୀର୍ଘ ୫ ବର୍ଷ ଅତିବାହିତ କରି ଗତ ଏପ୍ରିଲ ୫ରେ ଘରକୁ ଫେରିଲେ । ଯେଉଁ ଯୁବକଙ୍କୁ ସେ ପ୍ରେମକରି ସେ ଅଦରକାରୀ ହୋଇଯାଇଥିଲେ । ଘରକୁ ଫେରି ନ୍ୟାୟ ପାଇବା ଆଶାରେ ସେହି ଯୁବକଙ୍କ ଘରକୁ ଯାଇଥିଲେ । କିନ୍ତୁ ସେ ଫେରିବା ଖବର ପାଇ ଘର ତାଲା ପକାଇ ଶାଶୁ ଘର ଲୋକେ କେଉଁଆଡେ ପଳାଇଥିଲେ । ବାଧ୍ୟ ହୋଇ ତାଲା ଭାଙ୍ଗି ଗୃହ ପ୍ରବେଶ କରିଥିଲେ । ପ୍ରେମରେ ପ୍ରତାରଣା, ଗର୍ଭବତୀ ଥାଇ ପ୍ରେମିକ ଫେରାର ହୋଇଯିବା ପରେ, ଦୀର୍ଘ ବର୍ଷ ନାରୀ ସେବା ସଦନରେ କାଟି ସାଙ୍ଗରେ ୫ ବର୍ଷର କୁନି ପୁଅକୁ ନେଇ ଅନେକ ଘାତ ପ୍ରତିଘାତ ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି । ଶାଶୁଘର ଲୋକେ ତାଙ୍କୁ ଗ୍ରହଣ ନକରିବା ସହ ଖାଇବାକୁ ଘର ବାହାରେ ଦେଉଥିବା ଜଣାପଡିଛି । ଯେଉଁ ଘଟଣାର ସତ୍ୟତା ଏହି ଭାଇରାଲ ଭିଡିଓ ବୟାନ କରୁଛି ।






