ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁରପଞ୍ଚାୟତର ପୋଡ଼ାସାହି ଗ୍ରାମର ନୂଆସାହିରେ ୨୨ ପରିବାରଙ୍କ ଘରେ କିଛିଦିନ ତଳେ ଭୟାବହ ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଏହି ବିପତ୍ତି ସମୟରେ ନୟାଗଡ଼ ଜିଲ୍ଲାର ଅନେକ ସହୃଦୟ ବ୍ୟକ୍ତି ଯଥା ସମ୍ଭବ ସାହାର୍ୟ୍ୟର ହାତ ବଢ଼େଇଛନ୍ତି ତ କିଏ ଶୁଖିଲା ଖାଦ୍ୟ ବିତରଣ କରୁଛନ୍ତି ତ ଆଉ କିଏ ରନ୍ଧା ଖାଦ୍ୟ ଆଉ କିଏ ପୋଷାକ ବିତରଣ କରଛନ୍ତି । ସେହିଭଳି ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ଘରପୋଡ଼ି ଯାଇଥିବା ବିପନ୍ନ ପରିବାରର ସନ୍ତାନ ସନ୍ତତି ମାନଙ୍କୁ ପାଠ୍ୟ ଉପକରଣ ଯଥା କମ୍ପାସ,ପେନ,ପେନସିଲ ଖାତା ସଭିଁଙ୍କୁ ପ୍ରଦାନ କରାଯାଇଛି । ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକାର ପ୍ରତିଷ୍ଠାତା ସୁଶାନ୍ତ କୁମାର ପାତ୍ରଙ୍କ ଅନୁରୋଧ କ୍ରମେ ସମୋନାଥ ସ୍ୱାଇଁ ଓ ଜ୍ୟୋତି ପ୍ରକାଶ ସ୍ୱାଇଁ ଯୋଗଦାନ ଦେଇ ସଭିଁଙ୍କୁ ସ୍ୱାତୀଲଗ୍ନା ପରିବାର ତରଫରୁ ସାହାର୍ୟ୍ୟ ଦିଆଯାଇଥିବା ପାଠ୍ୟ ଉପକାରଣ ବଣ୍ଟନ କରିଥିଲେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପାଇଁ ବହୁତ ଆନନ୍ଦ ହୋଇଥିଲେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକାର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।





