Monday, May 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଳୁନି ଏଲ୍ଇଡି ବଲ୍ବ

by ସଞ୍ଜୟ ସ୍ୱାଇଁ
September 6, 2018
in Video
35
VIEWS
Share on FacebookShare on Twitter

https://www.youtube.com/watch?v=IzIlR5kWU0w&list=PLxYZWWItIp7tdFaI8erS6wzj

ଦଶପଲ୍ଲା (ବାଘୁଆବାର୍ତ୍ତା ବ୍ୟୁରୋ): ଅଳ୍ପ ବିଦ୍ୟୁତ ବ୍ୟୟ ଅଧିକ ଆଲୋକ ଏବଂ ମୂଲ୍ୟରେ ରିହାତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏଲ୍ଇଡି ବଲ୍ବ ବିକ୍ରୟ ଯୋଜନା ଆରମ୍ଭ କରିଥିଲେ । ତଦନୁଯାୟୀ ୨୦୧୬ ମସିହା ଏପ୍ରିଲରେ ଏହି ଯୋଜନା ଦଶପଲ୍ଲା ଉପଖଣ୍ଡରେ ଆରମ୍ଭ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଉପଭୋକ୍ତାମାନଙ୍କୁ ମାତ୍ର ୭୦ଟଙ୍କା
ଦରରେ ୩ବର୍ଷର ଗ୍ୟାରେଣ୍ଟି ଥିବା ଏଲ୍ଇଡି ବଲବ୍ ଯୋଗାଇବା । ଫଳରେ ସାଧାରଣ ପରିବାରରେ ବିଦ୍ୟୁତ ବ୍ୟୟ କମ୍ ହେବା ସହ ଆର୍ଥକ ବୋଝ ମଧ୍ୟ ହ୍ରାସ ପାଇବ । ତତ୍ସଙ୍ଗେ ସଙ୍ଗେ ଦିନକୁ ଦିନ ବଢୁଥିବା ଚାହିଦାର ପରିମାଣ କମିବା ସହିତ ପ୍ରବଳ ଗ୍ରୀଷ୍ମ ସମୟରେ ବିଦ୍ୟୁତ ଅଭାବ ଜନିତ ବିଦ୍ୟୁତ କାଟ୍ ହେବନାହିଁ ।

ସରକାରଙ୍କର ଏହି ଲୋକହିତକର ଉଜ୍ୱଳା ଯୋଜନାକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ପଣ୍ଡ କରି ଦେଉଥିବା ସାଧାରଣରେ ଚର୍ଚ୍ଚା ଚାଲିଛି । ଦଶପଲ୍ଲାରେ ପ୍ରଥମେ ଗୋଟିଏ ସ୍ଥାନରେ କିଛିଦିନ ଏହି ବଲ୍ବ ବିକ୍ରୟ କରାଯାଉଥିଲା । କିନ୍ତୁ ସରକାର ଏହାର ଗୋଟିଏ ଟୋଲ୍ ଫ୍ରି ନମ୍ବର କରିବାକୁ ବାଧ୍ୟ କରିବା ପରେ ବଲ୍ବ ବିକ୍ରୟ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳୁଛି । ଏତଦ୍ବ୍ୟତୀତ ଫ୍ୟୁଜ୍ ବଲବ୍ଗୁଡ଼ିକୁ ମଧ୍ୟ ବିକ୍ରୟକାରୀ ସଂସ୍ଥା ନନେବା ଫଳରେ ସାଧାରଣ ଲୋକଙ୍କୁ ବାଧ୍ୟ ହୋଇ ପୂର୍ବଭଳି ଚଢା ଦରରେ ବଜାରରୁ ବଲବ କିଣିବାକୁ ପଡ଼ୁଛି । କେବଳ ବଲବ୍ ନୁହେଁ ସୁଲଭ ମୂଲ୍ୟରେ ପଙ୍ଖା ମଧ୍ୟ ବିକ୍ରୀ କରାଯିବାର ବ୍ୟବସ୍ଥା ଥିବା ସତ୍ତେ୍ୱ ଏହା କେବଳ କାଗଜ କଲମରେ ସୀମିତ ରହିଛି । ଏହି ଉପଖଣ୍ଡ ଅଧିନରେ ଗଣିଆ ସେକସନ୍, ନୂଆଗାଁ ସେକସନ୍ ଏବଂ ଦଶପଲ୍ଲା ଭଳି ୩ଟି ଗୁରୁତ୍ୱପୂର୍ଣ୍ଣ ସେକ୍ସନ ରହିଛି । ତେବେ କୌଣସି ସେକସନରେ ନିର୍ଦ୍ଦିଷ୍ଟ ଭାବେ ଏଲଇଡି ବଲ୍ବ ବିକ୍ରୟ କେନ୍ଦ୍ର ଖୋଲାଯାଇନାହିଁ କିମ୍ବା ସେସୁ କାର୍ଯ୍ୟ ।ଳୟରେ ମଧ୍ୟ ଏହା ବିକ ୍ରି ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ । ବିଜୁ ଗ୍ରାମ ଜ୍ୟୋତି ଯୋଜନା, ଦିନଦୟାଲ ଗ୍ରାମ ଜ୍ୟୋତି ଯୋଜନା ମୁତାବକ ଏହି ଉପଖଣ୍ଡରେ ପ୍ରା ୟ ୩୦ହଜାରର ୁ ଊଦ୍ଧ ୍ୱର୍ ଉପଭୋକ୍ତା ବିଦ୍ୟୁତ ବ୍ୟବହାର କରୁଥିଲେ ହେଁ ସେମାନଙ୍କ ସାମୁହିକ ସ୍ୱାର୍ଥକୁ କିଛି ହାତଗଣତି ଅଧିକାରୀ ନିଜ ସ୍ୱାର୍ଥ ପାଇଁ ଜାଣିଶୁଣି ଏଭଳି ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କରାଇ ନଦେବା ପାଇଁ ମସୁଧା କରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି । ବିଦ୍ୟୁତ ବିଭାଗର ମନ୍ତ୍ରୀ ଏବଂ ଉଚ୍ଚପଦାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରଙ୍କ ବିଜୁ ଗ୍ରାମ ଜ୍ୟୋତି ଯୋଜନାକୁ ସାକାର କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026
ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

May 21, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!