ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାନୁସାରେ, ମହାମାରୀ କରୋନାରେ ପ୍ରତିଦିନ ରାଜ୍ୟରୁ ହଜାର ହଜାର ସଂଖ୍ୟକ ସଂକ୍ରମିତ ହେଉଥିବା ବେଳେ ରାଜ୍ୟ ସରକାର ଆସନ୍ତା ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଛନ୍ତି । ଜରୁରୀକାଳୀନ ସେବାକୁ ଓ ଜରୁରୀ କାଳୀନ ସାମଗ୍ରୀ ଖୋଲିବା ପାଇଁ ନିଷ୍ପତି ହୋଇଛି । ଲକଡାଉନକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଆହାର କେନ୍ଦ୍ରରେ ବସି ଖାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଆହାର କେନ୍ଦ୍ରରେ କେବଳ ପାର୍ସଲ ସୁବିଧା ଉପଲବ୍ଧ କରାଯାଇଛି ।






