ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ସ୍ଥିତିକୁ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅନେକ ଲୋକ ସହାୟତାର ହାତ ବଢାଇଛନ୍ତି । ନୟାଗଡ଼ରେ ଅନୁଷ୍ଠିତ ହାବ୍ ଏ ହେଲପିଂ ହାଣ୍ଡ ପକ୍ଷରୁ ନୟାଗଡ଼ ସହରରେ ସହାୟତା ପ୍ରଦାନ କରାଯାଇଛି । ପୁଲିସ କର୍ମଚାରୀ ଓ ଗରିବ ଲୋକଙ୍କୁ ବିସ୍କୁଟ, ବ୍ରେଡ୍, ଜୁସ୍ ଓ ମାସ୍କ ପ୍ରଦାନ କରାଯାଇଛି । ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଏହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଂଶସା କରାଯାଇଛି ।





