Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜ ବାଇକ ବିକ୍ରି କରି କରୋନା ସହାୟତା ଦେଲେ ଅଭିନେତା ହର୍ଷବର୍ଦ୍ଧନ

by ସଞ୍ଜୟ ସ୍ୱାଇଁ
May 2, 2021
in NATIONAL NEWS
ନିଜ ବାଇକ ବିକ୍ରି କରି କରୋନା ସହାୟତା ଦେଲେ ଅଭିନେତା ହର୍ଷବର୍ଦ୍ଧନ
180
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଦେଶରେ କରୋନା ମହାମାରୀ ସ୍ଥିତି ବେଲଗାମ ହୋଇଗଲାଣି । ଏହି ସ୍ଥିତିକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିଜ ତରଫରୁ କିଛି ଯୋଗଦାନ କରିବାକୁ ଚାହୁଁଛନ୍ତି । ବିଶେଷକରି ସେଲିବ୍ରିଟି ଏହି ସଙ୍କଟ ସମୟରେ ସହାୟତାର ହାତ ବଢ଼ାଉଛନ୍ତି । ବଲିଉଡ ସେଲିବ୍ରିଟି ନିଜ ସ୍ଥରରୁ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ନାଁ ଯୋଡି ହୋଇଯାଇଛି । ଅଭିନେତା ହର୍ଷବର୍ଦ୍ଧନ ଅକସିଜେନ କଷ୍ଟ୍ରେଟର ବଦଳରେ ମୋ ବାଇକ ବିକ୍ରି କରୁଛି, ହାଇଦ୍ରାବାଦରେ ମୋତେ ଭଲ କଷ୍ଟ୍ରେଟର ଖୋଜିବାରେ ସାହାଯ୍ୟ କରନ୍ତୁ । ହର୍ଷବର୍ଦ୍ଧନଙ୍କ ଛଡା ଅନେକ ସେଲିବ୍ରିଟି ନିଜ ନିଜ ସୋସିଆଲ ମିଡିଆ ପେଜ ସାହାଯ୍ୟରେ ଲୋକଙ୍କୁ ସହାୟତା କରୁଛନ୍ତି । କରୋନା ସ୍ଥିତି ଦେଖି ଲୋକପ୍ରିୟ ଓ ବରିଷ୍ଠ ଗାୟିକା ଲତା ମଙ୍ଗେସକର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି । ଲତା ମଙ୍ଗେସକରଙ୍କ ଏହି ପଦକ୍ଷେପକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । ବଲିଉଡର ଅନେକ କଳାକାର କରୋନା ବିରୋଧରେ ସଂଗ୍ରାମ କରିବାକୁ ଏକଜୁଟ ହୋଇଛନ୍ତି, ଅଭିନେତା ସୋନୁ ସୁଦ, ଭୂମି ପେଡନେକର, ସଲମାନ ଖାନ, ରବିନା ଟଣ୍ଡନ, ଗୁରମୀତ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ, ପଙ୍କଜ ତ୍ରିପାଠୀ, ବିନୀତ ସିଂହଙ୍କ ସମେତ ଅନେକ କଳାକାର କରୋନା ବରୋଧରେ ଲଢ଼ିବାକୁ ଓ ଲୋକଙ୍କୁ ସାହାଯ୍ୟ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି । ଆର୍ଥିକ ସହାୟତା ଛଡା କଳାକାର ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!