ପଶ୍ଚିମବଙ୍ଗ, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ରାଜନୀତିରେ ନୂଆ ମୋଡ଼ ଆସିଛି । ଭୋଟ ଗଣତିର ଶେଷ ରାଉଣ୍ଡରେ ଟିଏମସି ସୁପ୍ରିମୋ ମମତା ବାନାର୍ଜିକୁ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ୧୯୫୭ ଭୋଟ ହରାଇ ବିଜୟୀ ହୋଇଛନ୍ତି । ଭୋଟ ଗଣତି ୧୬ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ପାର୍ଥୀ ଆଗୁଆ ଥିବା ବେଳେ ୧୭ରାଉଣ୍ଡରେ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ଭୋଟରେ ପଛରେ ପକାଇଥିବା ଜଣାପଡିଥିବା ବେଳେ ଶେଷ ରାଉଣ୍ଡ ସୁଦ୍ଧା ଶୁଭେନ୍ଦୁ ମମତାଙ୍କୁ ହରାଇ ବାଜି ମାରିନେଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ୨୯୨ଟି ଆସନରୁ ନିର୍ବାଚନରେ ଟିଏମସି ୨୧୩ଟି ହାତେଇ ଥିବା ବେଳେ ବିଜେପି ୭୮ଟି ଆସନ ଓ କଂଗ୍ରେସ ଖାତା ଖୋଲିପାରିନଥିବା ବେଳେ ଅନ୍ୟାନ୍ୟ ଦଳ ୧ଟି ଆସନ ହାତେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଶପଥ ନେବେ ୬ମାସ ଭିତରେ ବିକଳ୍ପ ବ୍ୟବସ୍ଥା କରି ମମତା ପୁଣି ନିର୍ବାଚିତ ହେବାକୁ ପଡ଼ିବ ।






