ଭୁବନେଶ୍ୱର (ବାଘୁଆବାର୍ତ୍ତା): ଦେଶର ପ୍ରବାହିତ ଦ୍ୱିତୀୟ ଲହରରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡ଼ରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ସଂକ୍ରମଣର ରେକର୍ଡ ସହ ମୃତ୍ୟୁ ସଂଖ୍ୟା ବି ଥମୁନି । ଏପରିସ୍ଥିତିରେ ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର । ଏଠାକାର ସରକାରଙ୍କୁ ରିଲିଫ ଫଣ୍ଡକୁ ୭ ଲକ୍ଷ ଅର୍ଥରାଶି ଦାନ କରିଛନ୍ତି ଲତା ଦିଦି ।





