Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଲକ୍ଷାଧିକ କ୍ଷତି, ପହଞ୍ଚିଲେ ରାଜନେତା

by ସଞ୍ଜୟ ସ୍ୱାଇଁ
May 2, 2021
in State
ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଲକ୍ଷାଧିକ କ୍ଷତି, ପହଞ୍ଚିଲେ ରାଜନେତା
196
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ନରସିଂହପୁର ବ୍ଲକ ଅନ୍ତର୍ଗତ ଗଣଗଣା ଗ୍ରମ ମଲ୍ଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ୟାସ ଲିକ ରୁ ଅଗ୍ନିକାଣ୍ଡ । ଏଥିରେ ଅଜୟ ମଲ୍ଲିକ, ପ୍ରଦୀପ ମଲ୍ଲିକ, ସୁରେଶ ମଲ୍ଲିକ ତିନି ପରିବାର ଚାରି ବଖରା ଘର ଜଳିଯାଇଛି । ଏହା ସହିତ ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଅଜୟ ମଲ୍ଲିକଙ୍କ ପରିବାର ଶୁକ୍ରବାର ରାତିରେ ଶେଇଥିବା ସମୟରେ ଗ୍ୟାସ ଲିକ ରୁ ଅଗ୍ନିକାଣ୍ଡ ଘଟି ହଠାତ ଘର ଜଳି ଯାଇଥିଲା ଜୀବନ ବିକଳରେ ପରିବାର ଲୋକେ ଯଦିଓ ଜୀବନ ବଞ୍ଚାଇ ବାହାରକୁ ପଳେଇ ଆସିଥିଲେ । କିନ୍ତୁ ଘରେ ଥିବା ନଗଦ ୪୫ ହଜାର ଟଙ୍କା, ଦଶ ଭରି ରୁପା, ଗୋଟିଏ ଲାପଟପ, ପିଲାଙ୍କର ସମସ୍ତ ସାର୍ଟିଫିକେଟ ସହ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ଧାନ ଚାଉଳ, ଲୁଗାପଟା, ବାସନ କୁସନ ଘରର ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ପ୍ରଚଣ୍ଡ ଶବ୍ଦ ହେବା ସହ ସିଲିଣ୍ଡର ଅଧା ଅଂଶ ଏବେ ମଧ୍ୟ ମିଳି ନାହିଁ । ଖବର ପାଇ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଅଗ୍ନି ବିପନ୍ନଙ୍କର ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ପାଇଁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ଅଜୟଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି । ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବୀ ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!