ଭୁବନେଶ୍ୱର (ବାଘୁଆବାର୍ତ୍ତା): ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପୁଲିସ ଉପରେ ହୋଇଛି ଆକ୍ରମଣ । ଭିଡ ହଟାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ କର୍ମଚାରୀ । ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଏଏସଆଇ ବିଶ୍ୱଜିତ ମହାପାତ୍ର ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଦୋନବାହାଳି ଗାଁରେ ଚଇତି ପର୍ବ ପାଳନ ବେଳେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । କରୋନା ସମୟରେ ନୀୟମାବଳୀ ନ ମାନି ଲୋକେ ଭିଡ କରିଥିବା ଖବର ପାଇଁ ଶରତ ଥାନା ପୁଲିସ ସେଠାରେ ପହଞ୍ଚିଥିଲେ । ଭିଡ ହଟାଇବା ଲାଗି ପୁଲିସ ଉଦ୍ୟମ କରିବାରୁ ଉପସ୍ଥିତ ଲୋକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ।






