ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ପହଞ୍ଚି ସାରିଛି । ଯାହାକୁ ନେଇ ଆଜି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ୫ ଶହ ମିଟର ଦୂରତାରେ ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ଦୁଇ ସପ୍ତାହ ପାଇଁ ରାଜ୍ୟ ସରକାର ଲଡଡାଉନ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସମୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ ଜରିରି ସେବା ପାଇଁ କଟକଣା ନାହିଁ । ସାମାଜିକ, ରାଜନୈତିକ ଏବଂ ଖେଳକୁଦ ବନ୍ଦ ରହିବ ବୋଲି କୁହାଯାଇଛି । ଯାତ୍ରା, ଅପେରା, ସିନେମା ହଲ, ମନୋରଞ୍ଜନ, ମାର୍କେଟ କମ୍ଲେସ୍କ, ମଲ, ସେଲୁନ, ବାର ପ୍ରଭୃତି ବନ୍ଦ ରଖିବାକୁ କୁହାଯାଇଛି । ମନ୍ଦିରରେ ଭକ୍ତଙ୍କୁ ବାରଣ କରାଯାଇଛି । ବିବାହ ଏବଂ ବ୍ରତ ଭଳି ସାମାଜିକ କାର୍ଯ୍ୟରେ କଟକଣା ଲଗାଯାଇଛି । ୫୦ ଜଣଙ୍କୁ ନେଇ ବିବାହ, ବ୍ରତ ଭଳି କାର୍ଯ୍ୟ ସାମାଜିକ ଦୂରତା ସହ କରିବା ପାଇଁ କୁହାଯାଇଛି । ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ହସ୍ପିଟାଲ, ନର୍ସିଂହୋମ ପାଇଁ କଟକଣା ମୁକ୍ତ କରାଯାଇଛି । ଆନ୍ତଃରାଜ୍ୟ ପରିବହନ ଉପରେ କଟକଣା ଲଗାଯାଇଛି । କରୋନା ମହାମାରୀକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗା ଯାଇଥିବା ଏହି କଟକଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।





