Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡାବୁଗାଁରେ ପାଳିତ ହେଲା ଆନ୍ତର୍ଜାତିୟ ଶ୍ରମିକ ଦିବସ

by Sanjay Swain
May 1, 2021
in Nayagarh
ଡାବୁଗାଁରେ ପାଳିତ ହେଲା ଆନ୍ତର୍ଜାତିୟ ଶ୍ରମିକ ଦିବସ
78
VIEWS
Share on FacebookShare on Twitter

ନବରଙ୍ଗପୁର:-ଡାବୁଗାଁ (ବାଘୁଆବାର୍ତ୍ତା): ରାଜମିସ୍ତ୍ରୀ ସଂଘ ଏବଂ କୁଳିମଜୁରୀୟା ସଂଘ ତରଫରୁ କୋବିଡ଼ କଟକଣା ମାନି ସାମାଜିକ ଦୂରତା ବଜାଇ ରଖି ମାସ୍କ ପିନ୍ଧି ଡାବୁଗାଁରେ ପାଳନ କଲେ ଆନ୍ତର୍ଜାତିୟ ଶ୍ରମିକ ଦିବସ ।ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା’ନ୍ତି । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତିହାସ । ଗୋଟିଏ ସମୟଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣି ଶ୍ରମିକ ମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାସ୍ତାକୁ ଉହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି ଶ୍ରମ ନିର୍ଘଣ୍ଟ ୮ ଘଂଟା ମଧ୍ୟରେ ସୀମିତ ରଖାଯାଉ । ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲେ ଫଳରେ ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ ଆରମ୍ଭ କରିଥିଲେ । ପରିସ୍ଥିତି ଅସମ୍ଭାଳ ଓ ଅଣାୟତ ହେବା ପରେ। ଏହାକୁ ନଜରରେ ରଖି ଆମେରିକା ସରକାର ତୁରନ୍ତ ଶ୍ରମିକ ମାନଙ୍କର ଦାବି କୁ ମଣିଥିଲେ ।ଏହି ଦିନଠାରୁ ସାରା ବିଶ୍ୱରେ ବି ଏହି ଆଇନ ପ୍ରଣୟନ ହେଲା । ଏହାକୁ ଶ୍ରମିକମାନେ ବିଜୟ ଦିବସ ଭାବେ ଏବେବି ପାଳନ କରିଆସୁଛନ୍ତି ଭାରତ ରେ ୧୯୨୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ମାନି ନିଆ ଯାଇଥିଲା । ଭାରତରେ ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଂଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମ୍ରେଡ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଂଟା ଶ୍ରମ ନିର୍ଘଣ୍ଟକୁ ସିକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!