ଓଡ଼ଗାଁ (ବାଘୁଆବାର୍ତ୍ତା): ଓଡ଼ଗାଁର ପ୍ରସିଦ୍ଧ ଶ୍ରୀରାମନବମୀ ଯାତ୍ରା ଉପଲକ୍ଷେ କୋଭିଡ୍-୧୯ ନିୟମକୁ ଆଧାର କରି ପ୍ରଭୃ ଶ୍ରୀ ରଘୁନାଥଙ୍କ ଆଜ୍ଞାମାଳ ଅଣାଯାଇ ୩ଫୁଟ ବିଶିଷ୍ଟ ରାବଣ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ବିଧି ମୁତାବକ ରାବଣ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ପୂଜାର୍ଚ୍ଚନାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟନାରାୟଣ ଉପସ୍ଥିତ ରହିବା ସହିତ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ବିଭୂ ପ୍ରସାଦ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ଉପ-ସଭାପତି ବରିଷ୍ଠ ଆଇନୀଜିବୀ ଗୋବିନ୍ଦ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବସନ୍ତ ମହାନ୍ତି, ନରେନ୍ଦ୍ର ସାହୁ, ହାଡୁ ସେଠୀ, ପ୍ରଦୀପ ସାହୁ, ନିତ୍ୟାନନ୍ଦ ସାହୁ, ଦିଲ୍ଲୀପ ଆଚାର୍ଯ୍ୟ, ସଂଗଠକ ତଥା ସଂସ୍କୃତି ପ୍ରେମୀ ପ୍ରଫୁଲ୍ଲ ଡାକୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।





