ଭୁବନେଶ୍ୱର (ବାଘୁଆବାର୍ତ୍ତା): ୪ ହଜାରରୁ ଅଧିକ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା କୋଟିପତି ବ୍ୟକ୍ତି ଜଣକୁ ଶେଷରେ ନିଜର ଶେଷ ପତ୍ନୀ ବିଷ ଦେଇ ହତ୍ୟା କରିଥିବାର ଜଣାପଡ଼ିଛି । ଏହି ଘଟଣାରେ ଜାପାନ ପୋଲିସ ଜଣେ ୨୫ ବର୍ଷୀୟ ମହିଳା ସୁଡୋଙ୍କୁ ଗିରଫ କରିଛି । ସେ ନିଜର ୭୭ ବର୍ଷୀୟ ପତି ଡନ୍ ଜୁଆନଙ୍କ ହତ୍ୟା କରିଥିବା କୁହାଯାଉଛି । ସୂଚନାନୁସାରେ, ଡନ୍ ଜୁଆନ ଓରଫ କୋସୁକେ ନୋଜାକି ଜାପାନର ଜଣେ ବିଶିଷ୍ଟ କୋଟିପତି ଭାବେ ପରିଚୟ ଲାଭ କରିଥିଲେ । ତାଙ୍କର ରିଅଲ ଇଷ୍ଟେଟ ଓ ମଦ ବ୍ୟବସାୟ ଥିଲା । ୩ ବର୍ଷ ତଳେ ମେ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟ ମଟର୍ମରେ ଏହା ବିଷକ୍ରିୟାଜନିତ ବୋଲି ଜଣାପଡିଥିଲା । ମୃତ୍ୟୁ ବେଳେ ସେ ନିଜ ପତ୍ନୀଙ୍କ ସହିତ ରହିଥିଲେ । ୨୦୧୬ରେ ତାଙ୍କର ଅଟୋ ବାୟୋଗ୍ରାଫି ଆସିଥିଲା । ଏଥିରେ ସେ ୪୦୦୦ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଦାବି କରିଥିଲେ । ଏହାସହ ସେହି ସବୁ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ । ସେ ନିଜର ସ୍ପାନିଶ ପ୍ଳେବୟ ଭାବେ ଦେଖୁଥିଲେ । ତାଙ୍କର ମୃତ୍ୟୁ ଖୁବ ରହସ୍ୟମୟ ଥିଲା । ମରିବା ପୂର୍ବରୁ ସେ ପତ୍ନୀଙ୍କ ସହ ରାତ୍ରିଭୋଜନ କରୁଥିଲେ । ପୋଲିସର କହିବାନୁସାରେ, ସୁଡୋ ହିଁ ଡନଙ୍କୁ ବିଷ ଦେଇ ମାରିଦେଇଥିଲେ । କିନ୍ତୁ ସେ କାହିଁକି ହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ସେ ସମ୍ପତ୍ତି ପାଇଁ ଏପରି କରିଥିବା ଅନୁମାନ କରାଯାଉଛି ।





