ନବରଙ୍ଗପୁର,(ବାଘୁଆବାର୍ତ୍ତା): ଭରଚୁଆଲ ମୋଡ଼ ଜରିଆରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ଓ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ , ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢୀ, ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ବିଧାୟକ ଡାବୁଗାଁ ମନୋହର ରନ୍ଧାରୀ, ବିଧାୟକ ଉମେରକୋଟ ନିତ୍ୟାନନ୍ଦ ଗଣ୍ଡ , ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧକ୍ଷା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ, ଉପଜିଲ୍ଲାପାଳ, ଭାସ୍କର ରୋଇତ,ଜିଲ୍ଲା ଜରୁରୀକାଳୀନ ଉପ ବିଭାଗ, ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ନିର୍ବାହି ଅଧିକାରୀ, ପୌର ସଂସ୍ଥା, ନବରଙ୍ଗପୁର ଏବଂ ଉମେରକୋଟ ବୃନ୍ଦ ଯୋଗ ଦେଇଥିଲେ । ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଗୁଡିକ ଶୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି । ବିଶେଷ କରି ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ପ୍ରଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନୀ,ଚୁଡା, ଗୂଡ଼, ଗୋଖାଦ୍ୟ, ଔଷଧ ବ୍ୟତୀତ ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ ପରିମଳ ବ୍ୟବସ୍ଥା ଉପରେ ଯଥା ସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ସମ୍ଭାବ୍ୟ ମହାମାରୀ କୁ ପ୍ରତିହିତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସହିତ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ସେହି ପରି କୋଷାଗୁମୁଡ଼ା ବ୍ଲକର ଉକିଆପାଲି ପଞ୍ଚାୟତ ର ଘାଟବସୁଲି ଠାରେ ଏକ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକଙ୍କ ସହିତ ସମସ୍ତ ନିର୍ବାଚିତ ପ୍ରତିନିଧି ଦାବି ଉପସ୍ଥାପନ କରିଥିଲେ। ବନ୍ୟା ବାତ୍ୟା ପରେ ପରେ ବିପର୍ୟ୍ୟୟ ପରବର୍ତ୍ତୀ ସମୟରେ ସଡକ ପରିଷ୍କାର ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି ଓ ପୁନରୁଦ୍ଧାର ଆଦି ସମସ୍ତ ପ୍ରକାର କାର୍ୟ୍ୟ ଯୁଦ୍ଧକାଳିନ ଭିତ୍ତିରେ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ବର୍ଷା ଦିନ ପୂର୍ବରୁ ବ୍ଲକ ମାନଙ୍କରେ ଥିବା ବୃଷ୍ଟି ମାପ ସ୍ଥାନ ଏବଂ ଉପକରଣ ଗୁଡ଼ିକର ସଠିକ ଅନୁଧ୍ୟାନ କରି ଆସନ୍ତା ୫ ତାରିଖ ସୁଦ୍ଧା ଏକ ବିବରଣୀ ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ବୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗ କୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।






